If you're seeing this message, it means we're having trouble loading external resources on our website.

ଯଦି ଆପଣ ଏକ ୱେବ୍ ଫିଲ୍ଟରରେ ଅଛନ୍ତି, ଦୟାକରି ନିଶ୍ଚିତ କରନ୍ତୁ ଯେ *.kastatic.org ଏବଂ *.kasandbox.org ଡୋମେନ୍ ବ୍ଲକ୍ ହୋଇନାହିଁ।

ମୁଖ୍ୟ କଣ୍ଟେଣ୍ଟ

ପରବର୍ତ୍ତୀ ସୋପାନ (ଅଧିକଥର ପଚରାଯାଉଥିବା ପ୍ରଶ୍ନ, ପ୍ରଶଂସାପତ୍ର ଇତ୍ୟାଦି)

ପରବର୍ତ୍ତୀ ସୋପାନ (ଅଧିକଥର ପଚରାଯାଉଥିବା ପ୍ରଶ୍ନ, ପ୍ରଶଂସାପତ୍ର ଇତ୍ୟାଦି)

ପରବର୍ତ୍ତୀ ସୋପାନ (ଅଧିକଥର ପଚରାଯାଉଥିବା ପ୍ରଶ୍ନ, ପ୍ରଶଂସାପତ୍ର ଇତ୍ୟାଦି)

ନମସ୍କାର ଶିକ୍ଷକମାନେ!👋🏼
ଆପଣଙ୍କ ଆଗ୍ରହ ପାଇଁ ଆମେ ଖୁସି। ଆମେ ଏହି କୋର୍ସ ସମ୍ବନ୍ଧରେ ଅଧିକଥର ପଚରାଯାଉଥିବା ପ୍ରଶ୍ନର ଉତ୍ତର ଯୋଡ଼ିଛୁ।
ଆମର ଖାନ୍ ଫର୍ ଏଜୁକେଟର୍ସ କୋର୍ସ ପାଇଁ ଆପଣଙ୍କ ଆଗ୍ରହ ପ୍ରଦର୍ଶନ କରିବା ଏବଂ ଆପଣଙ୍କ ଶିକ୍ଷାର୍ଥୀଙ୍କ ପାଇଁ ଖାନ୍ ଏକାଡେମୀର କଣ୍ଟେଣ୍ଟ ବ୍ୟବହାର କରିବା ପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ। ଆମେ ନିଶ୍ଚିତ କରୁଛୁ ଯେ ଆପଣଙ୍କ ଶ୍ରେଣୀଗୃହରେ ଅଧିକ ପ୍ରଭାବ ସୃଷ୍ଟି କରିବା ପାଇଁ ଏହି କୋର୍ସ ଆପଣଙ୍କ ପାଇଁ ଏକ ଉତ୍ତମ ଆରମ୍ଭ ହେବ।

ଅଧିକଥର ପଚରାଯାଉଥିବା ପ୍ରଶ୍ନ

ଆମ ପ୍ଲାଟଫର୍ମକୁ ସହଜରେ ବ୍ୟବହାର କରିବାରେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ, ଆମେ ଏହି କୋର୍ସ ଏବଂ ଖାନ୍ ଏକାଡେମୀ ଟିଚର୍ ଟୁଲ୍‌ଗୁଡ଼ିକ ବିଷୟରେ ଅଧିକଥର ପଚରାଯାଉଥିବା ପ୍ରଶ୍ନର ଉତ୍ତର ଯୋଡ଼ିଛୁ। ଯଦି ଆପଣ ଅଧିକ କିଛି ଚାହୁଁଛନ୍ତି ତେବେ ଏହି ଆର୍ଟିକଲ୍ ତଳେ ଥିବା ପ୍ରଶ୍ନୋତ୍ତର ବିଭାଗରେ ଆପଣଙ୍କ ପ୍ରଶ୍ନ ପଚାରି ଆମକୁ ଜଣାନ୍ତୁ।
ଆପଣଙ୍କ ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ:

ପ୍ରଶଂସାପତ୍ର

ଗତ କିଛି ବର୍ଷ ମଧ୍ୟରେ, ଆମେ ଭାରତର ସର୍ବାଧିକ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟଗୁଡ଼ିକର କିଛି ଶ୍ରେଷ୍ଠ ଶିକ୍ଷକଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିଛୁ। ଏହା କରି, ଆମେ ଜାଣିଲୁ ଯେ ଭାରତୀୟ ଶିକ୍ଷକମାନେ କିପରି ସେମାନଙ୍କର ଶିକ୍ଷାର୍ଥୀଙ୍କ ଶିକ୍ଷଣ ଅନୁଭୂତିକୁ ବ୍ୟକ୍ତିଗତ କରିବା ପାଇଁ ଆମର ଶିକ୍ଷଣ ଟୁଲ୍ ବ୍ୟବହାର କରିବାକୁ ପସନ୍ଦ କରନ୍ତି।
ଏବେ, "ଖାନ୍ ଫର୍ ଏଜୁକେଟର୍ସ" କୋର୍ସ ମାଧ୍ୟମରେ, ଆମେ ଏହି ଉତ୍କୃଷ୍ଟ ଶିକ୍ଷକମାନଙ୍କ ଦ୍ୱାରା ବ୍ୟବହୃତ ସମସ୍ତ ସର୍ବୋତ୍ତମ ଅଭ୍ୟାସକୁ ଭାରତର ପ୍ରତ୍ୟେକ ଶିକ୍ଷକଙ୍କ ସହ ବାଣ୍ଟିବାକୁ ଚାହୁଁଛୁ। ଆମର ଶିକ୍ଷକମାନଙ୍କଠାରୁ ଶୁଣନ୍ତୁ ଯେ ସେମାନେ କିପରି ସେମାନଙ୍କ ଶ୍ରେଣୀଗୃହ ପାଇଁ ଖାନ୍ ଏକାଡେମୀକୁ ବ୍ୟବହାର କରୁଥିଲେ।
ଖାନ୍ ଏକାଡେମୀ ଆପଣଙ୍କୁ ଭବିଷ୍ୟତର ଯାତ୍ରା ପାଇଁ ଶୁଭେଚ୍ଛା ଜଣାଉଛି!!
ଆପଣ ସବୁକିଛି ଶିଖିପାରିବେ!