If you're seeing this message, it means we're having trouble loading external resources on our website.

ଯଦି ଆପଣ ଏକ ୱେବ୍ ଫିଲ୍ଟରରେ ଅଛନ୍ତି, ଦୟାକରି ନିଶ୍ଚିତ କରନ୍ତୁ ଯେ *.kastatic.org ଏବଂ *.kasandbox.org ଡୋମେନ୍ ବ୍ଲକ୍ ହୋଇନାହିଁ।

ମୁଖ୍ୟ କଣ୍ଟେଣ୍ଟ

ପୁନରାବୃତ୍ତି

ପୁନରାବୃତ୍ତି

ଶିକ୍ଷାର୍ଥୀମାନଙ୍କୁ କଣ୍ଟେଣ୍ଟ ଆସାଇନ୍ କରିବା

ଖାନ୍ ଏକାଡେମୀରେ ଆସାଇନମେଣ୍ଟ ସୃଷ୍ଟି କରିବା

ଆପଣ କାହିଁକି କଣ୍ଟେଣ୍ଟ ଆସାଇନ୍ କରିବେ? ଯଦି ଆପଣ କଣ୍ଟେଣ୍ଟ ଆସାଇନ୍ କରିବାର ଆବଶ୍ୟକତା ବିଷୟରେ ଭାବୁଛନ୍ତି, ତେବେ ନିମ୍ନସ୍ଥ ବିଷୟକୁ ମନଦେଇ ପଢ଼ନ୍ତୁ।
  • ଆପଣ ଶିକ୍ଷାର୍ଥୀଙ୍କ ପାଠପଢ଼ାର ଦାୟିତ୍ୱ ନେଇପାରିବେ।
  • ଆପଣଙ୍କ ଶିକ୍ଷାର୍ଥୀ କେଉଁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଛନ୍ତି ଏବଂ କେଉଁଠାରେ ସେମାନଙ୍କୁ ଅଧିକ ଅଭ୍ୟାସ ଆବଶ୍ୟକ ତାହା ଆପଣ ଜାଣିପାରିବେ।
  • ଆପଣ ଶିକ୍ଷାର୍ଥୀଙ୍କୁ କଣ୍ଟେଣ୍ଟ ଆସାଇନ୍ କରିବା ଦ୍ୱାରା ଆପଣ ସ୍କୋର୍, ଏବଂ ପରବର୍ତ୍ତୀ ବିଷୟକୁ ଯିବାକୁ ପ୍ରସ୍ତୁତ ଥିବା ଶିକ୍ଷାର୍ଥୀଙ୍କ ନାମ ଏବଂ ଯେଉଁମାନଙ୍କୁ ଆପଣଙ୍କଠାରୁ ଅତିରିକ୍ତ ସହାୟତା ଆବଶ୍ୟକ ସେମାନଙ୍କ ନାମ ଜାଣିପାରିବେ।
କଣ୍ଟେଣ୍ଟ କିପରି ଆସାଇନ୍ କରିବେ?
  • କଣ୍ଟେଣ୍ଟ ଆସାଇନ୍ କରିବା ପାଇଁ, ଶିକ୍ଷକ ଡ୍ୟାସବୋର୍ଡରୁ ଶ୍ରେଣୀ ଚୟନ କରନ୍ତୁ, ବାମ ପାର୍ଶ୍ୱରେ ଆସାଇନମେଣ୍ଟ ଟ୍ୟାବ୍‌ରେ କ୍ଲିକ୍ କରନ୍ତୁ, କଣ୍ଟେଣ୍ଟ ଚୟନ କରନ୍ତୁ ଏବଂ ଡାହାଣରେ ଥିବା ବକ୍ସ ଉପରେ କ୍ଲିକ୍ କରନ୍ତୁ ଏବଂ ଏହାପରେ ଆସାଇନ୍ ଉପରେ କ୍ଲିକ୍ କରନ୍ତୁ
  • ଆସାଇନ୍ କରିବା ପୂର୍ବରୁ ପ୍ରତିଟି କଣ୍ଟେଣ୍ଟକୁ ପ୍ରିଭିଉ କରିବାକୁ ସୁପାରିଶ କରାଯାଉଛି।
  • ଆସାଇନ୍ ଟ୍ୟାବ୍ ପାଖରେ ଥିବା ବନ୍ଧନୀରେ ଥିବା ସଂଖ୍ୟା ଚୟନ କରାଯାଇଥିବା ଆସାଇନମେଣ୍ଟ ସଂଖ୍ୟାକୁ ଦର୍ଶାଏ।
  • ଥରେ ଆପଣ ଆସାଇନ୍‌ରେ କ୍ଲିକ୍ କରିବା ପରେ, ଆପଣ କଣ୍ଟେଣ୍ଟ ଆସାଇନ୍ କରିବାକୁ ଶିକ୍ଷାର୍ଥୀ, ସମାନ କିମ୍ବା ଭିନ୍ନ କଣ୍ଟେଣ୍ଟ ଆସାଇନ୍ କରିବେ, ଶିକ୍ଷାର୍ଥୀମାନେ ସମ୍ପୂର୍ଣ୍ଣ କରିବାର ନିର୍ଦ୍ଧାରିତ ତାରିଖ ଏବଂ ସମୟ ଚୟନ କରିପାରିବେ।
  • ଆସାଇନମେଣ୍ଟ ତଳେ ଥିବା ସ୍କୋର୍ ଟ୍ୟାବ୍ ଶିକ୍ଷାର୍ଥୀଙ୍କ ପ୍ରଗତି ଏବଂ ସ୍କୋର୍‌କୁ ନେଇଯାଏ।
  • ସ୍କୋର୍ ଟ୍ୟାବ୍ ତଳେ ଥିବା ପରିଚାଳନା ଟ୍ୟାବ୍ ଶିକ୍ଷକମାନଙ୍କୁ ଆସାଇନମେଣ୍ଟ ଏଡିଟ୍/ଡିଲିଟ୍ କରିବାକୁ ଏବଂ ନିର୍ଦ୍ଧାରିତ ତାରିଖ ପରିବର୍ତ୍ତନ କରିବାକୁ ସାହାଯ୍ୟ କରେ।
  • ଶିକ୍ଷକମାନେ ଏକ କୋର୍ସ ମାଷ୍ଟରି ଲକ୍ଷ୍ୟ ସୃଷ୍ଟି କରିବା ସମୟରେ ସମ୍ପୂର୍ଣ୍ଣ କଣ୍ଟେଣ୍ଟ ମଧ୍ୟ ଆସାଇନ୍ କରିପାରିବେ।

ଶିକ୍ଷାର୍ଥୀ ଅନୁଭବ

ଯେପରି ଆମେ କହିଥିଲୁ, ଶିକ୍ଷାର୍ଥୀମାନେ କିପରି ଆସାଇନମେଣ୍ଟ ଦେଖିପାରିବେ ଏବଂ କରିପାରିବେ ତାହା ବୁଝିବା ପାଇଁ ଶିକ୍ଷାର୍ଥୀଙ୍କ ଅନୁଭବ ହାସଲ କରିବା ଆପଣଙ୍କ ପାଇଁ ଜରୁରୀ ଅଟେ। ଏହା ଦ୍ୱାରା ଶିକ୍ଷକମାନେ ଆସାଇନମେଣ୍ଟ ସମ୍ବନ୍ଧୀୟ ସମସ୍ତ ପ୍ରଶ୍ନର ଉତ୍ତର ଦେଇପାରିବେ।
  • ଶିକ୍ଷାର୍ଥୀମାନେ ଲଗ୍ ଇନ୍ କରିବା ପରେ ସେମାନେ ଯେଉଁ ଶ୍ରେଣୀରେ ଯୋଗ ଦେଇଛନ୍ତି ଏବଂ ସେମାନେ ଯେଉଁ କୋର୍ସ ଚୟନ କରିଛନ୍ତି, ତାହା ଦେଖିବେ। 'ମୋ ଆକାଉଣ୍ଟ' ଅଧୀନରେ, ସେମାନେ ସେମାନଙ୍କର ପ୍ରଗତି, ପ୍ରୋଫାଇଲ୍ ଏବଂ ଶିକ୍ଷକ ସୂଚନା ଦେଖିପାରିବେ।
  • ଶିକ୍ଷାର୍ଥୀ ବାମ ପାର୍ଶ୍ୱରେ ଥିବା ମେନୁରେ ଆସାଇନମେଣ୍ଟ ଦେଖିପାରିବେ। ଏହା ପ୍ରତ୍ୟେକ ଆସାଇନମେଣ୍ଟର ନିର୍ଦ୍ଧାରିତ ତାରିଖ କ୍ରମରେ ରହିବ। ସେମାନେ ସେମାନଙ୍କର ମାଷ୍ଟରି ସ୍ତର ମଧ୍ୟ ଦେଖିପାରିବେ।
  • ଶିକ୍ଷାର୍ଥୀମାନେ ଆସାଇନମେଣ୍ଟ କରିବା ଦ୍ୱାରା ସେମାନଙ୍କୁ ତୁରନ୍ତ ମତାମତ ମିଳିଥାଏ। ସହାୟତା ପାଇଁ ହିଣ୍ଟ ଏବଂ ସମ୍ବନ୍ଧୀୟ ଭିଡିଓ ଉପଲବ୍ଧ ଅଛି।
  • "ପୁଣିଥରେ ଚେଷ୍ଟା କରନ୍ତୁ" ଆଇକନ୍ ଉପରେ କ୍ଲିକ୍ କରି ଶିକ୍ଷାର୍ଥୀମାନେ ଏକାଧିକଥର ଚେଷ୍ଟା କରି ସେମାନଙ୍କ ଭୁଲରୁ ଶିଖିପାରିବେ।
  • 100% ମାର୍କ ସହ ଅନୁଶୀଳନୀ ଶେଷ କରିବା ପରେ ସେମାନଙ୍କୁ 'ପରବର୍ତ୍ତୀ' ବିକଳ୍ପ ଏବଂ 'ପରବର୍ତ୍ତୀ ଆସାଇନମେଣ୍ଟ' ଦେଖିବାକୁ ମିଳିବ। ପରବର୍ତ୍ତୀ ବିକଳ୍ପ କୋର୍ସ ମାଷ୍ଟରି ପାଇଁ ଅଟେ ଏବଂ ପରବର୍ତ୍ତୀ ଆସାଇନମେଣ୍ଟ ସେମାନଙ୍କୁ ଦିଆଯାଇଥିବା ପରବର୍ତ୍ତୀ ଆସାଇନମେଣ୍ଟ ପାଇଁ ଅଟେ।
  • ସ୍ମାର୍ଟଫୋନ୍ ୟୁଜର୍‌ମାନେ 'ଜାରି ରଖନ୍ତୁ' ବଟନ୍‌ରେ କ୍ଲିକ୍ କରି ଅନୁଶୀଳନୀ ଶେଷରେ ଏହି ବିକଳ୍ପ ପାଇପାରିବେ।
  • ଶିକ୍ଷାର୍ଥୀମାନେ ଯେକୌଣସି ଡିଭାଇସରୁ ଏବଂ ଘର କିମ୍ବା ଶ୍ରେଣୀ ପରି ଯେକୌଣସି ସ୍ଥାନରୁ ଆସାଇନମେଣ୍ଟ ସମ୍ପୂର୍ଣ୍ଣ କରିପାରିବେ।
  • କୋର୍ସ ମାଷ୍ଟରିର ତିନୋଟି ସ୍ତରରେ ଶିକ୍ଷାର୍ଥୀମାନେ ନିଜ ପ୍ରଦର୍ଶନ ଉପରେ ମତାମତ ପାଇଥା'ନ୍ତି।
ପ୍ରୟାସ କରିଛନ୍ତି - ଯେତେବେଳେ ଶିକ୍ଷାର୍ଥୀଙ୍କର 70%ରୁ କମ୍ ସଠିକ୍ ଉତ୍ତର ଥାଏ
ପରିଚିତ - ଯେତେବେଳେ ଶିକ୍ଷାର୍ଥୀଙ୍କର 70% କିମ୍ବା ଅଧିକ ସଠିକ୍ ଉତ୍ତର ଥାଏ
ଦକ୍ଷ - ଯେତେବେଳେ ଶିକ୍ଷାର୍ଥୀଙ୍କର 100% ସ୍କୋର୍ ଥାଏ
  • ଶିକ୍ଷାର୍ଥୀଙ୍କ ହୋମ୍‌ରେ ଥିବା ପ୍ରଗତି ଟ୍ୟାବ ଅଧୀନରେ ଶିକ୍ଷାର୍ଥୀମାନେ ନିଜର ପ୍ରଗତି ଏବଂ ପ୍ଲାଟଫର୍ମରେ ବିତାଇଥିବା ସମୟ ଦେଖିପାରିବେ।
  • ପ୍ରୋଫାଇଲ୍ ଟ୍ୟାବ୍ ଅଧୀନରେ, ସେମାନେ ପ୍ଲାଟଫର୍ମରେ ସମୟ ବିତାଇ, ଭିଡିଓ ଦେଖି ଏବଂ ଅନୁଶୀଳନୀ ସମ୍ପୂର୍ଣ୍ଣ କରି (ଲାପଟପ୍ ଏବଂ ମୋବାଇଲ୍ ସ୍କ୍ରିନ୍) ହାସଲ କରିଥିବା ବ୍ୟାଜ୍, ଅବତାର ଏବଂ ଏନର୍ଜି ପଏଣ୍ଟଗୁଡ଼ିକ ଦେଖିପାରିବେ।
ଏଠାରେ କ୍ଲିକ୍ କରି ଆପଣଙ୍କ ଅନୁଭବ ଜଣାନ୍ତୁ!