If you're seeing this message, it means we're having trouble loading external resources on our website.

ଯଦି ଆପଣ ଏକ ୱେବ୍ ଫିଲ୍ଟରରେ ଅଛନ୍ତି, ଦୟାକରି ନିଶ୍ଚିତ କରନ୍ତୁ ଯେ *.kastatic.org ଏବଂ *.kasandbox.org ଡୋମେନ୍ ବ୍ଲକ୍ ହୋଇନାହିଁ।

ମୁଖ୍ୟ କଣ୍ଟେଣ୍ଟ

ଶିକ୍ଷାର୍ଥୀଙ୍କୁ ଶିକ୍ଷଣରେ ନିୟୋଜିତ କରିବା

ଶିକ୍ଷାର୍ଥୀଙ୍କୁ ଶିକ୍ଷଣରେ ନିୟୋଜିତ କରିବା

ଶିକ୍ଷାର୍ଥୀଙ୍କୁ ଶିକ୍ଷଣରେ ନିୟୋଜିତ କରିବା

ଖାନ୍ ଏକାଡେମୀରେ ଥିବା କଣ୍ଟେଣ୍ଟ ଶିକ୍ଷାର୍ଥୀମାନଙ୍କ ପାଇଁ ଆକର୍ଷଣୀୟ ହେବାପରି ଡିଜାଇନ୍ କରାଯାଇଛି। ତେବେ, ଶିକ୍ଷକମାନେ ନିମ୍ନରେ ଦିଆଯାଇଥିବା ରଣନୀତିଗୁଡ଼ିକ ଦ୍ୱାରା ଶିକ୍ଷାର୍ଥୀମାନଙ୍କୁ ନିୟୋଜିତ କରିବାକୁ ସଚେତନ ପ୍ରୟାସ କରିପାରିବେ।

1. ଶିକ୍ଷକ ଓ ଶିକ୍ଷାର୍ଥୀ ସହଯୋଗ

ଉଭୟ ଲମ୍ବା ଏବଂ ସ୍ୱଳ୍ପ କାଳୀନ ଲକ୍ଷ୍ୟ ହାସଲ କରିବା ପାଇଁ ଶିକ୍ଷାର୍ଥୀମାନଙ୍କ ସହିତ କିଛି ସମୟ କାମ କରନ୍ତୁ। ହାସଲ ହୋଇପାରିବା ଭଳି ଉଚ୍ଚ ଲକ୍ଷ୍ୟ ଧାର୍ଯ୍ୟ କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷକଙ୍କ ସହ କାମ କରି ଲକ୍ଷ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାର ଅଂଶ ହେବାକୁ ସେମାନଙ୍କୁ ଉତ୍ସାହିତ କରନ୍ତୁ। ଶିକ୍ଷାର୍ଥୀଙ୍କ ଲକ୍ଷ୍ୟ ନିର୍ଦ୍ଧାରଣ କୌଶଳକୁ ସମର୍ଥନ କରିବାର ଏକ ଚାବିକାଠି ହେଉଛି ମାଷ୍ଟରିର ପ୍ରତ୍ୟେକ ଛୋଟ ଲକ୍ଷ୍ୟ ହାସଲ କରି କିପରି ବୃହତ ଲକ୍ଷ୍ୟରେ ପହଞ୍ଚିବା ତାହା ବର୍ଣ୍ଣନା କରିବା।
ସମ୍ପୂର୍ଣ୍ଣ କୋର୍ସ ଉପରେ ମାଷ୍ଟରି ଆଣିବା ପାଇଁ କିଛି ଶିକ୍ଷକ ଶିକ୍ଷାର୍ଥୀଙ୍କୁ ୟୁନିଟ୍ ମାଷ୍ଟରି ଉପରେ ଧ୍ୟାନ ଦେବାକୁ ପ୍ରୋତ୍ସାହିତ କରୁଥିବା ବେଳେ ଅନ୍ୟମାନେ ଦକ୍ଷତା ମାଷ୍ଟରି ଉପରେ ଧ୍ୟାନ ଦେବାକୁ ପସନ୍ଦ କରନ୍ତି। ଆପଣ ଏବଂ ଆପଣଙ୍କ ଶିକ୍ଷାର୍ଥୀମାନେ ଖାନ୍ ଏକାଡେମୀରେ ଏହି ସୂଚନାକୁ ସହଜରେ ଟ୍ରାକ୍ କରିପାରିବେ (ଏଠାରେ ଉପଲବ୍ଧ ଲକ୍ଷ୍ୟ-ସେଟିଂ ଟେମ୍ପ୍ଲେଟ୍)। ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ପ୍ରଗତି ବିଷୟରେ ଚିନ୍ତା କରିବା ପାଇଁ ସ୍ଥାନ ନିଶ୍ଚିତ ଭାବରେ ସାମିଲ କରନ୍ତୁ, ଯାହା ସେମାନଙ୍କ ଶିକ୍ଷକଙ୍କ ସହିତ ଅଧିକ ପ୍ରତିଫଳିତ ଆଲୋଚନାକୁ ଉତ୍ସାହିତ କରିପାରେ। (ଲକ୍ଷ୍ୟ ସେଟିଂ ଏବଂ ପ୍ରଗତି ନିରୀକ୍ଷଣ କରିବା ଉପରେ ଅଧିକ ଜାଣିବା ପାଇଁ ଏହି ଆର୍ଟିକଲ୍ ଦେଖନ୍ତୁ।)

2. ଶିକ୍ଷାର୍ଥୀମାନଙ୍କୁ ପରସ୍ପରଠାରୁ ଶିଖିବା ପାଇଁ ପ୍ରୋତ୍ସାହିତ କରନ୍ତୁ

  • ଏକ ପ୍ରଭାବଶାଳୀ ଶିକ୍ଷଣ ପରିବେଶ ସୃଷ୍ଟି କରିବା ପାଇଁ ଆମକୁ ସୁନିଶ୍ଚିତ କରିବାକୁ ହେବ ଯେ ଆମର ଶିକ୍ଷାର୍ଥୀମାନେ ପ୍ରତିଯୋଗିତାମୂଳକ ଭାବରେ ନୁହେଁ, ବରଂ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। ଶିକ୍ଷାର୍ଥୀମାନେ ସାଧାରଣ ଲକ୍ଷ୍ୟ ଦିଗରେ ଏକାଠି କାମ କରିବା ଏବଂ ପ୍ରଗତି ହାସଲ କରିବାରେ ପରସ୍ପରକୁ ସମର୍ଥନ କରିବା ପାଇଁ ଉପାୟ ଖୋଜନ୍ତୁ।
  • ଶିକ୍ଷାର୍ଥୀମାନଙ୍କୁ ନିଜ ଶିକ୍ଷାର ଦାୟିତ୍ୱ ନେବାକୁ ସଶକ୍ତ କରନ୍ତୁ ଏବଂ ସେମାନଙ୍କର ପ୍ରଗତି ଉପରେ ନଜର ରଖିବା ବନ୍ଦ କରନ୍ତୁ। ଶିକ୍ଷାର୍ଥୀମାନେ ସେମାନଙ୍କର ନିଜର ଡାଟା ଟ୍ରାକ୍ କରିବା ଦ୍ୱାରା କେବଳ ଆପଣଙ୍କ ସମୟ ସଞ୍ଚୟ ହୁଏ ନାହିଁ, ବରଂ ଶିକ୍ଷାର୍ଥୀମାନେ ସେମାନଙ୍କର ନିଜ ପ୍ରୟାସ ଏବଂ ନିଜ ଅଭିବୃଦ୍ଧି ମଧ୍ୟରେ ସଂଯୋଗ ଦେଖିବାକୁ ମଧ୍ୟ ସକ୍ଷମ ହୁଅନ୍ତି। ଖାନ୍ ଏକାଡେମୀର ନୂଆ 'ଷ୍ଟୁଡେଣ୍ଟ୍ ଡାଟା ଟ୍ରାକର୍' ବ୍ୟବହାର କରି, ଆପଣଙ୍କ ଶିକ୍ଷାର୍ଥୀମାନେ ଆସାଇନମେଣ୍ଟ ଏବଂ କୋର୍ସ ମାଷ୍ଟରି ଲକ୍ଷ୍ୟ ମାଧ୍ୟମରେ ଅଭ୍ୟାସ କରୁଥିବା ଦକ୍ଷତାରେ ସେମାନଙ୍କ ପ୍ରଦର୍ଶନ ଉପରେ ସ୍ୱୟଂ ନିରୀକ୍ଷଣ କରିପାରିବେ।
  • ବଡି ଗ୍ରୁପ୍ କିମ୍ବା ଗ୍ରୁପ୍ ଲିଡର୍ ବାଛନ୍ତୁ ଯିଏ ଅନ୍ୟ ଶିକ୍ଷାର୍ଥୀମାନଙ୍କୁ ସହାୟତା କରିପାରିବେ। ଏହାବ୍ୟତୀତ ଏହା ଶିକ୍ଷାର୍ଥୀଙ୍କୁ ସେମାନଙ୍କ ନେତୃତ୍ୱ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଦେଇଥାଏ।
  • ଶିକ୍ଷାର୍ଥୀମାନଙ୍କୁ ସମାଧାନ, ଧାରଣା କିମ୍ବା ବିଷୟ ଉପରେ ଆଲୋଚନା କରିବା, ମୂଲ୍ୟାୟନ କରିବା, ବୁଝାଇବା ଏବଂ ଉପସ୍ଥାପନ କରିବାକୁ ସୁଯୋଗ ପ୍ରଦାନ କରନ୍ତୁ।
  • କୌଣସି ଆହ୍ୱାନମୟ ସମୟରେ ସମସ୍ୟା ସମାଧାନର ସୁଯୋଗ ପ୍ରଦାନ କରନ୍ତୁ।

3. ଶିକ୍ଷଣକୁ ମଜାଦାର କରିବା ପାଇଁ ଶିକ୍ଷାଦାନ ସମୟରେ ରିଫ୍ରେସର ଏବଂ ଆଇସ୍ ବ୍ରେକର୍ କାର୍ଯ୍ୟକଳାପର ବ୍ୟବହାର

ଶିକ୍ଷକ ଭାବରେ ଆପଣ ସମସ୍ତେ ଜାଣନ୍ତି ଯେ ଯେକୌଣସି ସମୟରେ ସବୁଠାରୁ କଷ୍ଟକର କାର୍ଯ୍ୟ ହେଉଛି ଶ୍ରେଣୀ ଆରମ୍ଭ କରିବା ଏବଂ ଶିକ୍ଷାର୍ଥୀମାନଙ୍କ ଧ୍ୟାନ ଆକର୍ଷଣ କରିବା ଏବଂ ସେମାନଙ୍କୁ ଶ୍ରେଣୀରେ ନିୟୋଜିତ କରିବା। ଖାନ୍ ଏକାଡେମୀ ଏବେ ଆପଣଙ୍କ ପାଇଁ ଏକ ସରଳ ଉପକରଣ ଆଣିଛି ଯାହା ଦ୍ୱାରା ଆପଣ ମଜାଦାର ଢଙ୍ଗରେ ଶ୍ରେଣୀ ଆରମ୍ଭ କରିବେ ଏବଂ ପିଲାମାନଙ୍କୁ ଶିକ୍ଷଣ ପାଇଁ ଉତ୍ସାହିତ କରିପାରିବେ।
ରିଫ୍ରେସ୍ ହେଉଛି 5 ମିନିଟ୍‌ର ଶ୍ରେଣୀଗୃହ କାର୍ଯ୍ୟକଳାପର ଏକ ସଂଗ୍ରହ ଯାହା ଶ୍ରେଣୀଗୃହ ପରିବେଶକୁ ଆଲୋକିତ କରେ ଏବଂ ଶିକ୍ଷାର୍ଥୀମାନଙ୍କୁ ଠିକ୍ ସମୟରେ (ଅନଲାଇନ୍ ହେଉ କିମ୍ବା ସାମ୍ନାସାମ୍ନି ହେଉ) ଶ୍ରେଣୀକୁ ଆସିବାକୁ ପ୍ରେରଣା ଦିଏ।
  • ଖାନ୍ ଏକାଡେମୀର ଶ୍ରେଣୀ ଆରମ୍ଭ ହେବା ପୂର୍ବରୁ ଏହି ପ୍ରମ୍ପ୍ଟଗୁଡ଼ିକୁ ୱାର୍ମ-ଅପ୍ ଭାବରେ ବ୍ୟବହାର କରନ୍ତୁ।
  • ଆପଣ ଏହି ପ୍ରମ୍ପ୍ଟଗୁଡ଼ିକୁ ଅନଲାଇନ କିମ୍ବା ସାମ୍ନାସାମ୍ନି ଶ୍ରେଣୀରେ ବ୍ୟବହାର କରିପାରିବେ।
  • ବର୍ତ୍ତମାନ ଯେଉଁ ଶିକ୍ଷକମାନେ ଅନଲାଇନ୍ କ୍ଲାସ୍ କରୁଛନ୍ତି, ସେମାନଙ୍କ ଶିକ୍ଷାର୍ଥୀମାନଙ୍କ ପାଇଁ ରିଫ୍ରେସ୍ ଏକ ଉତ୍ତମ ଉପକରଣ ହେବ।
  • ନିଶ୍ଚିତ କରନ୍ତୁ ଯେ ଆପଣ ଏହି କାର୍ଯ୍ୟକଳାପ ସହିତ ଆପଣଙ୍କ ଶ୍ରେଣୀ ଆରମ୍ଭ କରୁଛନ୍ତି। ଆପଣ ଏହି କାର୍ଯ୍ୟକଳାପଗୁଡ଼ିକ ସହିତ ଶ୍ରେଣୀ ଆରମ୍ଭ କରିପାରିବେ କିମ୍ବା ଏକ ଉତ୍ତମ ଉପାୟରେ ଶ୍ରେଣୀ ଶେଷ କରିପାରିବେ। ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବା ପାଇଁ ଆପଣ ଏକ କ୍ୱିକ୍ ରିଫ୍ରେସ୍ କାର୍ଯ୍ୟକଳାପ କରି ମଧ୍ୟ ଆପଣଙ୍କ ଦିନ ଆରମ୍ଭ କରିପାରିବେ।
ଶିକ୍ଷାର୍ଥୀମାନଙ୍କୁ ପ୍ରତିଦିନ ଆପଣ ସେମାନଙ୍କ ସହିତ କରୁଥିବା ରିଫ୍ରେସ୍ କାର୍ଯ୍ୟକଳାପ ଚୟନ କରିବା, ଆଲୋଚନା କରିବା କିମ୍ବା କାର୍ଯ୍ୟକଳାପରେ ନେତୃତ୍ୱ ନେବାକୁ ଉତ୍ସାହିତ କରିବା ଏବଂ ପରସ୍ପର ସହିତ ସେମାନଙ୍କର ପ୍ରତିକ୍ରିୟା ବାଣ୍ଟିବା ଦ୍ୱାରା, ରିଫ୍ରେସ୍ କାର୍ଯ୍ୟକଳାପ ଆପଣଙ୍କୁ ଶିକ୍ଷାର୍ଥୀମାନଙ୍କ ସହିତ ଆପଣଙ୍କ ସମ୍ପର୍କକୁ ମଜବୁତ କରିବାର ସୁଯୋଗ ଦେଇଥାଏ।

ଶ୍ରେଣୀଗୃହରେ ଏହି କାର୍ଯ୍ୟକଳାପଗୁଡ଼ିକ କିପରି ବ୍ୟବହାର କରିବେ?

ଯଦି ଆପଣ ଶ୍ରେଣୀଗୃହ ସେଟ୍ ଅପ୍‌ରେ ଅଛନ୍ତି, ତେବେ ଆପଣ ରିଫ୍ରେସ୍ ପେଜ୍‌କୁ ପ୍ରୋଜେକ୍ଟ କରିପାରିବେ ଏବଂ ଶିକ୍ଷାର୍ଥୀମାନଙ୍କ ପାଇଁ ପ୍ରମ୍ପଟ୍ ପଢ଼ିପାରିବେ କିମ୍ବା ଯଦି ଆପଣ ଏକ ଅନଲାଇନ୍ ସେଟ୍ ଅପ୍‌ରେ ଅଛନ୍ତି, ତେବେ ଆପଣ ଆପଣଙ୍କ ସ୍କ୍ରିନ୍ ସେୟାର କରିପାରିବେ ଯାହା ଦ୍ୱାରା ଶିକ୍ଷାର୍ଥୀମାନେ ଏହାକୁ ପଢ଼ିବା ସମୟରେ ପ୍ରମ୍ପଟ୍ ଦେଖିପାରିବେ।
ଯଦି ଆପଣ ଶିକ୍ଷାର୍ଥୀମାନଙ୍କ ସଫଳତାକୁ ଚିହ୍ନିବା ପାଇଁ ଏକ ସହଜ ଉପାୟ ଖୋଜୁଛନ୍ତି, ତେବେ ଏହି ଶିକ୍ଷାର୍ଥୀ ସାର୍ଟିଫିକେଟଗୁଡ଼ିକ ବ୍ୟବହାର କରନ୍ତୁ - ଏଗୁଡ଼ିକ ଉଭୟ ଡିଜିଟାଲ ଏବଂ ପ୍ରିଣ୍ଟ ଦ୍ୱାରା ସେୟାର୍ କରାଯାଇପାରିବ।
ମଜାଳିଆ/ ସବୁଠାରୁ ସୃଜନଶୀଳ / ଶ୍ରେଷ୍ଠ ପ୍ରୟାସ ଇତ୍ୟାଦି ପାଇଁ ସାର୍ଟିଫିକେଟ୍ ଦିଅନ୍ତୁ। ଭିଡିଓ କିମ୍ୱା ଫଟୋରେ ଆପଣଙ୍କ ଶ୍ରେଣୀର ମଜାଦାର ମୁହୂର୍ତ୍ତଗୁଡ଼ିକ କ୍ୟାପଚର୍ କରନ୍ତୁ। ଏହାକୁ ଆମ ସହ ସେୟାର୍ କରିବାକୁ ଭୁଲନ୍ତୁ ନାହିଁ। ଆମେ ଆପଣଙ୍କ କାହାଣୀ ଏବଂ ମଜାଦାର ମୁହୂର୍ତ୍ତକୁ ଆମର ସୋସିଆଲ ମିଡିଆରେ ପ୍ରଦର୍ଶନ କରିବାକୁ ପସନ୍ଦ କରିବୁ।

ଆପଣ କେଉଁଠାରେ ଆଇସ୍‌ବ୍ରେକର୍ ପାଇବେ?

କ୍ଲିକ୍ କରନ୍ତୁ: https://refreshindia.khanacademy.org/ ରିଫ୍ରେସ୍ ଭିଡିଓ: https://youtu.be/tY4MWKbV6DU