If you're seeing this message, it means we're having trouble loading external resources on our website.

ଯଦି ଆପଣ ଏକ ୱେବ୍ ଫିଲ୍ଟରରେ ଅଛନ୍ତି, ଦୟାକରି ନିଶ୍ଚିତ କରନ୍ତୁ ଯେ *.kastatic.org ଏବଂ *.kasandbox.org ଡୋମେନ୍ ବ୍ଲକ୍ ହୋଇନାହିଁ।

ମୁଖ୍ୟ କଣ୍ଟେଣ୍ଟ

ଖାନ୍ ଏକାଡେମୀ - କାର୍ଯ୍ୟକାରିତା ମଡେଲ୍

ଖାନ୍ ଏକାଡେମୀ - କାର୍ଯ୍ୟକାରିତା ମଡେଲ୍

ଖାନ୍ ଏକାଡେମୀ - କାର୍ଯ୍ୟକାରିତା ମଡେଲ୍

ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ସହିତ ଖାନ୍ ଏକାଡେମୀ ବ୍ୟବହାର କରିବା ପାଇଁ କେତେକ ମଡେଲ ବିଷୟରେ ଏହି ଆର୍ଟିକଲ୍‌ରେ ଆମେ ଜଣାଇଛୁ। ଦୟାକରି ଧ୍ୟାନ ଦିଅନ୍ତୁ ଯେ ଏଗୁଡ଼ିକ ହେଉଛି କେତେକ ମଡେଲ୍ ଯାହା ସମଗ୍ର ବିଶ୍ୱରେ ବ୍ୟବହୃତ ହେଉଛି। ଆପଣଙ୍କ ଶ୍ରେଣୀଗୃହ ପାଇଁ କେଉଁଟି ସର୍ବୋତ୍ତମ ତାହା ଜଣେ ଶିକ୍ଷକ ଭାବରେ ଆପଣ ହିଁ ସ୍ଥିର କରିବେ

ପଢ଼ାନ୍ତୁ, ଆସାଇନ୍ କରନ୍ତୁ ଏବଂ ଅଭ୍ୟାସ କରାନ୍ତୁ

ଏହି ମଡେଲରେ ଶିକ୍ଷକମାନେ ସ୍କୁଲରେ ଶିକ୍ଷାର୍ଥୀମାନଙ୍କ ଧାରଣାଗତ ବୁଝାମଣା ଏବଂ ଅଭ୍ୟାସକୁ ସୁଦୃଢ଼ କରିବା ପାଇଁ ଖାନ୍ ଏକାଡେମୀକୁ ଏକ ନିୟମିତ ଅଭ୍ୟାସ ଟୁଲ୍ ଭାବରେ ବ୍ୟବହାର କରନ୍ତି। ଏହି ମଡେଲ୍ ପାଇଁ ଶ୍ରେଣୀ ସମୟରେ ଶିକ୍ଷାର୍ଥୀମାନଙ୍କ ପାଖରେ ଡିଭାଇସ୍‌ର ଆକ୍ସେସ୍ ରହିବା ଉଚିତ୍।
ଆପଣ ଶ୍ରେଣୀଗୃହରେ ଏହାକୁ କିପରି କାର୍ଯ୍ୟକାରୀ କରିପାରିବେ ତାହା ନିମ୍ନରେ ଦିଆଯାଇଛି।

ପାଠ ପୂର୍ବରୁ

ଆପଣ ପ୍ରାସଙ୍ଗିକ ଆସାଇନମେଣ୍ଟ ଚିହ୍ନଟ କରିବାକୁ 5-10 ମିନିଟ୍ ବିତାଇପାରିବେ, ତା'ପରେ ସମଗ୍ର ଶ୍ରେଣୀକୁ ପ୍ରାସଙ୍ଗିକ ଆର୍ଟିକଲ୍, ଭିଡିଓ ଏବଂ ଅନୁଶୀଳନୀ ଆସାଇନ୍ କରିପାରିବେ। କଣ୍ଟେଣ୍ଟକୁ ଏପରି ଭାବରେ ଆସାଇନ୍ କରନ୍ତୁ, ଯେପରି ଶିକ୍ଷାର୍ଥୀମାନେ ଖାନ୍ ଏକାଡେମୀରେ ଅତିକମରେ 30 ମିନିଟ୍ ଅଭ୍ୟାସ କରିବେ, କାରଣ ଆମେ ଦେଖିଛୁ ଯେ ଏହା ଶିକ୍ଷାର୍ଥୀଙ୍କ ଶିକ୍ଷଣ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇଥାଏ।

ପାଠ ସମୟରେ

ଏକ ନୂଆ ଧାରଣାର ପରିଚୟ: ଆପଣ ନିଜେ ନୂଆ ଧାରଣା ଶିଖାଇ ପାରିବେ/ପରିଚୟ କରାଇପାରିବେ କିମ୍ବା ଆପଣ ସମଗ୍ର ଶ୍ରେଣୀ ସହିତ ଖାନ୍ ଏକାଡେମୀର ଭିଡିଓଗୁଡ଼ିକୁ ସେୟାର୍ ଏବଂ ଆଲୋଚନା କରି ନୂତନ ଧାରଣା ଆରମ୍ଭ କରିବାରେ ସହାୟକ ହୋଇପାରିବେ।
ନିର୍ଦ୍ଦେଶିତ ଏବଂ ସ୍ୱତନ୍ତ୍ର ଅଭ୍ୟାସ: ଏହାପରେ ଶିକ୍ଷାର୍ଥୀମାନେ ସେମାନଙ୍କୁ ପଢ଼ାଯାଇଥିବା ବିଷୟକୁ ଆଧାର କରି ଆସାଇନ୍ କରାଯାଇଥିବା ଅନୁଶୀଳନୀ ଅଭ୍ୟାସ କରନ୍ତି। ଅଧିକାଂଶ ଶିକ୍ଷାର୍ଥୀ 1ଟି ଅନୁଶୀଳନୀ ଶେଷ କରିଥା'ନ୍ତି। କେତେକ ଶିକ୍ଷାର୍ଥୀ 2ୟ ଅନୁଶୀଳନୀ ଶେଷ କରିଥା'ନ୍ତି। ଯଦି ଶିକ୍ଷାର୍ଥୀମାନେ ପ୍ରଥମ ଅନୁଶୀଳନୀରେ ଅଟକି ଯାଆନ୍ତି ତେବେ ସେମାନେ ଧାରଣାକୁ ରିଭିଉ କରିବା ପାଇଁ ଏକ ହିଣ୍ଟ୍ ଦେଖିପାରିବେ କିମ୍ବା ଏକ ଭିଡିଓ ଦେଖିପାରିବେ।
କାର୍ଯ୍ୟ ଅଧିବେଶନ ପରେ, ଆପଣ ଦେଖିପାରିବେ ଯେ ଗୋଟିଏ ପ୍ରଶ୍ନର ସଠିକ୍ ଉତ୍ତର 20 ଜଣ ଶିକ୍ଷାର୍ଥୀଙ୍କ ମଧ୍ୟରୁ ମାତ୍ର 7 ଜଣ ଦେଇଥିଲେ। ସେହି ପ୍ରଶ୍ନ ବିଷୟରେ ଆଲୋଚନା କରିବାକୁ ଶିକ୍ଷାର୍ଥୀମାନେ କିଛି ମିନିଟ୍ ସମୟ ନେଇ, ଗୋଷ୍ଠୀରେ ସଠିକ୍ ଉତ୍ତର ବିଷୟରେ ଆଲୋଚନା କରିପାରିବେ ଏବଂ ଏହା କାହିଁକି ସବୁଠାରୁ କଷ୍ଟ ପ୍ରଶ୍ନ ହୋଇଥାଇପାରେ ସେ ବିଷୟରେ ମଧ୍ୟ ବିଚାର କରିପାରିବେ।

ପାଠ ପରେ

ଅନ୍ୟ କୌଣସି ଟ୍ରେଣ୍ଡ୍ ସାମ୍ନାକୁ ଆସୁଛି କି ନାହିଁ ଜାଣିବା ପାଇଁ ଆପଣ ଏହି ରିପୋର୍ଟକୁ ଆଉ ଥରେ ଦେଖନ୍ତୁ। ଯଦି ଆପଣଙ୍କ ଶିକ୍ଷାର୍ଥୀମାନେ 70% କିମ୍ବା ତା'ଠାରୁ ଅଧିକ ମାର୍କ ରଖିଛନ୍ତି, ତେବେ ଆପଣ ପରବର୍ତ୍ତୀ ଶ୍ରେଣୀରେ ଅଭ୍ୟାସ କରିବା ପାଇଁ ଏକ ନୂତନ ଧାରଣାକୁ ଯିବାକୁ ନିଷ୍ପତ୍ତି ନେଇପାରିବେ।
ଯଦି ଆପଣଙ୍କ ଶିକ୍ଷାର୍ଥୀମାନେ 70%ରୁ କମ୍ ମାର୍କ ରଖିଛନ୍ତି, ତେବେ ଆପଣ ପରବର୍ତ୍ତୀ ଶ୍ରେଣୀରେ ଅଧିକ ସମୟ ନେଇ ଏହି ଧାରଣାର ଅଭ୍ୟାସ ଜାରି ରଖିବାକୁ ନିଷ୍ପତ୍ତି ନେଇପାରିବେ।
କିନ୍ତୁ ସଂଘର୍ଷ କରୁଥିବା ଏବଂ ଅତିରିକ୍ତ ସହାୟତା ଆବଶ୍ୟକ କରୁଥିବା ଶିକ୍ଷାର୍ଥୀଙ୍କ ପାଇଁ ଆମେ କ'ଣ କରିପାରିବା? ଆସନ୍ତୁ ଜାଣିବା ଆମର ଦ୍ୱିତୀୟ ମଡେଲ୍‌ରେ।

ମଡେଲ 2- ପ୍ରତିକାର ପାଇଁ ଖାନ୍ ଏକାଡେମୀ ବ୍ୟବହାର କରିବା

ଶିକ୍ଷକ ହିସାବରେ ଆମେ ସମସ୍ତେ ଜାଣୁ ଯେ ଆମ ଶିକ୍ଷାର୍ଥୀମାନେ ଭିନ୍ନ ଭିନ୍ନ ଶିକ୍ଷଣ ସ୍ତରରେ ରହିଥାଆନ୍ତି। ଆମ ମଧ୍ୟରୁ ଅଧିକାଂଶ ଆମ ଶ୍ରେଣୀଗୃହରେ ଏପରି କିଛି ଶିକ୍ଷାର୍ଥୀଙ୍କୁ ପାଇଥାଉ ଯେଉଁମାନେ ପୂର୍ବରୁ ତଳ ଶ୍ରେଣୀରେ ପଢ଼ାଯାଉଥିବା ବିଷୟଗୁଡ଼ିକର ପ୍ରତିକାର ଆବଶ୍ୟକ କରନ୍ତି।
ଏହି ମଡେଲରେ, ଆପଣ ଆପଣଙ୍କ ପ୍ରତିକାରାତ୍ମକ ଯୋଜନା ଅନୁଯାୟୀ ବିଭିନ୍ନ ବିଷୟକୁ ଆସାଇନ୍ କରିବାକୁ ଖାନ୍ ଏକାଡେମୀ ବ୍ୟବହାର କରିପାରିବେ।
  1. ଆପଣଙ୍କ ଶିକ୍ଷାର୍ଥୀମାନଙ୍କର ସର୍ବାଧିକ ଅଭ୍ୟାସ ଆବଶ୍ୟକ ହେଉଥିବା ବିଷୟଗୁଡ଼ିକୁ ଆପଣ ଚିହ୍ନଟ କରିପାରିବେ ଏବଂ ଖାନ୍ ଏକାଡେମୀରେ ସଂଯୋଜିତ କଣ୍ଟେଣ୍ଟ ଖୋଜିପାରିବେ।
  2. ଏହାପରେ ଆପଣଙ୍କ ଶିକ୍ଷାର୍ଥୀମାନଙ୍କର ଆବଶ୍ୟକତା ଅନୁଯାୟୀ ଆପଣ ପ୍ରତି 1-2 ସପ୍ତାହରେ ଥରେ ଅନେକ ରିସୋର୍ସ ଏବଂ ଅନୁଶୀଳନୀ ଆସାଇନ୍ କରିପାରିବେ। ଉଦାହରଣ ସ୍ୱରୂପ, ଏଥିରେ ପାଞ୍ଚଟି ଭିଡିଓ, ଦୁଇଟି ଆର୍ଟିକଲ୍ ଏବଂ ପାଞ୍ଚଟି ଅନୁଶୀଳନୀ ରହିପାରେ। (ଆସାଇନମେଣ୍ଟ ସମ୍ପୂର୍ଣ୍ଣ କରିବା ପାଇଁ ଶିକ୍ଷାର୍ଥୀମାନଙ୍କ ପାଖରେ ଶ୍ରେଣୀରେ, ସ୍କୁଲ କମ୍ପ୍ୟୁଟର ଲ୍ୟାବରେ କିମ୍ବା ଘରେ ଅତି କମରେ ଗୋଟିଏ ଶ୍ରେଣୀର ଅବଧି ରହିଥାଏ। ଶିକ୍ଷାର୍ଥୀମାନେ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଆସାଇନମେଣ୍ଟ ଶେଷ କରିବେ ବୋଲି ଆଶା କରାଯାଏ।
  3. ଶିକ୍ଷାର୍ଥୀମାନଙ୍କୁ ଅତିରିକ୍ତ ଶ୍ରେଣୀ ପ୍ରଦାନ କରିବା ଉଚିତ୍ ନା ନାହିଁ/ବିଷୟକୁ ପୁଣିଥରେ ଶିକ୍ଷା ଦେବା ଉଚିତ୍ ନା ନାହିଁ କିମ୍ବା ଶିକ୍ଷାର୍ଥୀମାନେ ସଂଘର୍ଷ କରୁଥିବା ବିଷୟଉପରେ ସନ୍ଦେହ ଦୂର କରିବା ଅଧିବେଶନ ପାଇଁ ଅତିରିକ୍ତ ସମୟ ବାହାର କରିବା ଉଚିତ୍ ନା ନାହିଁ ତାହା ଆପଣ ଶିକ୍ଷାର୍ଥୀମାନେ ଆସାଇନମେଣ୍ଟରେ କାମ କରିବା ସମୟରେ ନିରୀକ୍ଷଣ କରିପାରିବେ।
ଯେହେତୁ ପ୍ରତିକାରାତ୍ମକ କଣ୍ଟେଣ୍ଟ ସାଧାରଣତଃ ଆମର ଶ୍ରେଣୀ-ସ୍ତରୀୟ ହୋଇଥାଏ, ତେଣୁ ଶିକ୍ଷକମାନେ ସପ୍ତାହରେ ଗୋଟିଏ ଦିନ ଚିହ୍ନଟ କରିପାରିବେ ଯେଉଁଦିନ ଶିକ୍ଷାର୍ଥୀମାନେ ସେମାନଙ୍କୁ ଆସାଇନ୍ କରାଯାଇଥିବା ବିଷୟଉପରେ କାମ କରିପାରିବେ ଯାହା ଦ୍ୱାରା ସେମାନଙ୍କ ବୁଝାମଣାରେ ଉତ୍ତମ ହୋଇପାରିବ।

ମଡେଲ 3- ନୂଆ ଏବଂ ପୁରୁଣା ଦକ୍ଷତାର ମିଶ୍ରଣ ଆସାଇନ୍ କରନ୍ତୁ (ପରୀକ୍ଷା ସମୟରେ ବ୍ୟବହୃତ ହୋଇଥାଏ)

ଆମ ଶିକ୍ଷାବର୍ଷରେ ବିଭିନ୍ନ ପରୀକ୍ଷା, FA ଏବଂ SA ହୋଇଥାଏ ଯେଉଁଠାରେ ଆମକୁ ଆମର ଚାଲିଥିବା ପାଠ୍ୟକ୍ରମ ଶିଖାଇବାକୁ ପଡ଼ିଥାଏ, କିନ୍ତୁ ଏହା ସହିତ ଆମେ ପଢ଼ାଇଥିବା ପୂର୍ବ ବିଷୟଉପରେ ଶିକ୍ଷାର୍ଥୀଙ୍କ ରିଭିଉ/ପରୀକ୍ଷା କରିଥାଉ।
ଏହି ମଡେଲ୍ ଶିକ୍ଷକମାନଙ୍କ ପାଇଁ ସେତେବେଳେ ସବୁଠାରୁ ସହାୟକ ହୋଇପାରେ ଯେତେବେଳେ ସେମାନେ ଉଭୟ ଚାଲୁଥିବା ଏବଂ ନିକଟ ଅତୀତରେ ପଢ଼ାଯାଇଥିବା ବିଷୟ ଉପରେ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ।

ପାଠ ପୂର୍ବରୁ

FA ଏବଂ SA ପୂର୍ବରୁ, ଆପଣଙ୍କୁ 30-45 ମିନିଟ୍ ସମୟ ନେଇ ପାଠ୍ୟ ସାମଗ୍ରୀ ବ୍ରାଉଜି କରିବାକୁ ଏବଂ ରିଭିଉ ସାମଗ୍ରୀ ଆସାଇନ୍ କରିବାକୁ ପଡ଼ିବ। FA ଏବଂ SA ପାଇଁ ରିଫ୍ରେସ୍/ମାଷ୍ଟରି ହେବାକୁ ଥିବା ସମସ୍ତ ବିଷୟ। ଶ୍ରେଣୀରେ ଏହି ମଡେଲକୁ କାର୍ଯ୍ୟକାରୀ କରିବା ପାଇଁ ଆପଣଙ୍କୁ ଅତି କମରେ 1 ଦିନ ସଂରକ୍ଷଣ କରିବାକୁ ପଡ଼ିବ।

ପାଠ ସମୟରେ

  • ଉପସ୍ଥାନ ଗ୍ରହଣ କରିବା କିମ୍ବା ଶ୍ରେଣୀ ଆରମ୍ଭର ଅନ୍ୟ କୌଣସି ପ୍ରକ୍ରିୟା ପରେ, ଖାନ୍ ଏକାଡେମୀରେ ଶିକ୍ଷାର୍ଥୀମାନଙ୍କୁ ଆସାଇନ୍ କରାଯାଇଥିବା ରିଭିଉ ବିଷୟ ଅଭ୍ୟାସ କରିବା ପାଇଁ ଆପଣ ଶ୍ରେଣୀକୁ କମ୍ପ୍ୟୁଟର ଲ୍ୟାବକୁ ନେଇପାରିବେ କିମ୍ବା ଶ୍ରେଣୀଗୃହରେ ସେମାନଙ୍କ ଡିଭାଇସ୍ ବ୍ୟବହାର କରିବାକୁ କହିପାରିବେ।
  • ଶିକ୍ଷାର୍ଥୀମାନେ ସ୍ୱତନ୍ତ୍ର ଭାବରେ କାର୍ଯ୍ୟ କରି ସେମାନଙ୍କର ଆସାଇନମେଣ୍ଟ ସମ୍ପୂର୍ଣ୍ଣ କରିବେ।
  • ଆପଣ କିଛି ସମୟ ନେଇ ଅଧିକ ସମର୍ଥନ ଆବଶ୍ୟକ କରୁଥିବା ଶିକ୍ଷାର୍ଥୀଙ୍କ ଗୋଷ୍ଠୀକୁ କ୍ଷୁଦ୍ର ଗୋଷ୍ଠୀ ନିର୍ଦ୍ଦେଶ ଦେଇପାରିବେ। ପୂର୍ବରୁ କଣ୍ଟେଣ୍ଟରେ ଦକ୍ଷ ହୋଇଥିବା ଶିକ୍ଷାର୍ଥୀମାନଙ୍କୁ ମଧ୍ୟ ଏହି କ୍ଷୁଦ୍ର ଗୋଷ୍ଠୀକୁ ସମର୍ଥନ କରିବାକୁ ଆପଣ କହିପାରିବେ (ଏହା ଆପଣଙ୍କୁ କାର୍ଯ୍ୟକଳାପ ଟ୍ୟାବ୍ ନିରୀକ୍ଷଣ କରିବାକୁ ମଧ୍ୟ ସମୟ ଦେବ)
  • ଶ୍ରେଣୀର ଶେଷ ପାଞ୍ଚ ମିନିଟ୍‌ରେ ଶିକ୍ଷକ ଆସାଇନମେଣ୍ଟ ସମାପ୍ତ ହେବାର ତ୍ୱରିତ ସ୍କାନ୍ କରିବେ ଏବଂ ଶିକ୍ଷାର୍ଥୀମାନଙ୍କୁ ଆଜି ଦିନର ଆସାଇନମେଣ୍ଟ ଉପରେ ଆଲୋକପାତ କରିବାକୁ କହିବେ। (ଉଦାହରଣ: କେଉଁ ବିଷୟ ତୁମକୁ ସବୁଠାରୁ ଅଧିକ କଷ୍ଟ ଲାଗିଲା, ଏବଂ ଯେତେବେଳେ ତୁମେ ଅଟକି ଯାଉଥିଲ ସେତେବେଳେ କ'ଣ କଲ?
  • ଆପଣ ଧାର୍ଯ୍ୟ ତାରିଖକୁ FA/SAସହିତ ସଂଯୋଜିତ ରଖିପାରିବେ।
ଦୟାକରି ଧ୍ୟାନ ଦିଅନ୍ତୁ ଯେ ଶିକ୍ଷାର୍ଥୀମାନେ ଉଭୟ ସ୍କୁଲରେ ଏବଂ ଘରେ ଅଭ୍ୟାସ ଜାରି ରଖିପାରିବେ।

ମଡେଲ 4- ଖାନ୍ ଏକାଡେମୀକୁ ହୋମୱାର୍କ ଆସାଇନମେଣ୍ଟ ଭାବରେ ବ୍ୟବହାର କରନ୍ତୁ

ଏହି ମଡେଲରେ, ଶିକ୍ଷକମାନେ ହୋମୱାର୍କ ଆସାଇନମେଣ୍ଟ ପାଇଁ ଖାନ୍ ଏକାଡେମୀକୁ ଏକ ଉତ୍ସ ଭାବରେ ବ୍ୟବହାର କରନ୍ତି। ପାରମ୍ପରିକ ଉପାୟରେ ଖାତାରେ ହେଉଥିବା ହୋମୱାର୍କ ଆସାଇନମେଣ୍ଟ ତୁଳନାରେ ଏହି ହୋମୱାର୍କ ଆସାଇନମେଣ୍ଟ ଯାଞ୍ଚ କରିବା ଦ୍ରୁତ ଏବଂ ଅଧିକ ସୁବିଧାଜନକ ଅଟେ। ଖାନ୍ ଏକାଡେମୀ ଆପ୍‌ର ଲାଟେଷ୍ଟ ଭର୍ସନ୍ ଡାଉନଲୋଡ୍ କରି ଶିକ୍ଷାର୍ଥୀମାନେ କମ୍ପ୍ୟୁଟର କିମ୍ବା ମୋବାଇଲ୍ ଡିଭାଇସରେ ଖାନ୍ ଏକାଡେମୀ ହୋମୱାର୍କ ଆସାଇନମେଣ୍ଟ ସମ୍ପୂର୍ଣ୍ଣ କରିପାରିବେ।
ଏହି ମଡେଲର 2ଟି ଉପାୟ ରହିଛି

ଉପାୟ 1:

  1. ଯେପରି ସର୍ବଦା କରାଯାଏ, ସେହିପରି ଆପଣ ଶ୍ରେଣୀଗୃହରେ କୌଣସି ବିଷୟ ପଢ଼ାଇପାରିବେ ଏବଂ ପାଠ୍ୟପୁସ୍ତକରେ ଥିବା ଅନୁଶୀଳନୀକୁ ଅଭ୍ୟାସ କରାଇପାରିବେ ।
  2. ଏହାପରେ କଣ୍ଟେଣ୍ଟକୁ ହୋମୱାର୍କ ଆସାଇନମେଣ୍ଟ ଭାବରେ ଶିକ୍ଷାର୍ଥୀଙ୍କୁ ଆସାଇନ୍ କରନ୍ତୁ। ଶିକ୍ଷାର୍ଥୀମାନେ ଶ୍ରେଣୀକୁ ଆସିବା ପୂର୍ବରୁ ଘରେ ଆସାଇନମେଣ୍ଟ ସମ୍ପୂର୍ଣ୍ଣ କରିପାରିବେ ଏବଂ ଅନୁଶୀଳନୀରେ ଦକ୍ଷ ହୋଇପାରିବେ।
  3. ଯେଉଁ ପ୍ରଶ୍ନ/ଦକ୍ଷତାରେ ଶିକ୍ଷାର୍ଥୀମାନଙ୍କୁ ଅଧିକ ସାହାଯ୍ୟ ଆବଶ୍ୟକ ହେବ, ଆପଣ ସେହି ବିଷୟକୁ ଆଉଥରେ ପଢ଼ାଇପାରିବେ କିମ୍ବା ସେଥିରେ ଥିବା ଦ୍ୱନ୍ଦଗୁଡ଼ିକୁ ବୁଝାଇପାରିବେ।

ଉପାୟ 2:

  1. ଆପଣ ଖାନ୍ ଏକାଡେମୀର ଭିଡିଓ ଏବଂ ଆର୍ଟିକଲଗୁଡ଼ିକୁ ମୁଖ୍ୟତଃ ଶ୍ରେଣୀ ପୂର୍ବରୁ ଆସାଇନ୍ କରିପାରିବେ। ଶ୍ରେଣୀକୁ ଆସିବା ପୂର୍ବରୁ ଶିକ୍ଷାର୍ଥୀମାନଙ୍କୁ ଘରେ ଏହି ଆସାଇନମେଣ୍ଟ ଶେଷ କରିବାକୁ ପଡ଼ିବ।
  2. ପାଠପଢ଼ାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଶିକ୍ଷାର୍ଥୀମାନେ ଶ୍ରେଣୀରେ ପ୍ରବେଶ କରିବା ପୂର୍ବରୁ ଏହି ବିଷୟ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ହୋଇସାରିଥା'ନ୍ତି। ଆପଣ ଏହି ମଡେଲକୁ ଆଲୋଚନାତ୍ମକ ଚିନ୍ତନ କୌଶଳ ସୃଷ୍ଟି କରିବାକୁ ବ୍ୟବହାର କରିପାରିବେ ଏବଂ ବିଷୟଗୁଡ଼ିକର ପ୍ରୟୋଗ/ଅଭ୍ୟାସ ପାଇଁ ଶ୍ରେଣୀରେ ଅଧିକ ସମୟ ପାଇପାରିବେ।
  3. ଏହାପରେ ଶିକ୍ଷାର୍ଥୀମାନେ ଶ୍ରେଣୀରେ ଏକାଠି ଅନୁଶୀଳନୀ ଅଭ୍ୟାସ କରିବେ।
ଉପାୟ 2 ଉପରେ ଏକ ସବିଶେଷ ସଂସ୍କରଣ ଶିକ୍ଷକମାନଙ୍କ ପାଇଁ ଖାନ୍ - ଆଡଭାନ୍ସଡ୍ କୋର୍ସରେ ଫ୍ଲିପ୍ ଶ୍ରେଣୀଗୃହ ଅଧୀନରେ ଆଲୋଚନା କରାଯିବ।

ଆମେ ସୁପାରିଶ କରୁଛୁ ଯେ

  1. ଆପଣ ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଶିକ୍ଷାର୍ଥୀଙ୍କୁ ପ୍ରତି ସପ୍ତାହରେ ଅତି କମରେ 30-45 ମିନିଟ୍ ଅଭ୍ୟାସ ସମୟ ମିଳୁଛି।
  2. ଆପଣ ନିୟମିତ ଭାବରେ ଶିକ୍ଷାର୍ଥୀଙ୍କ ପ୍ରଗତି ଏବଂ କାର୍ଯ୍ୟକଳାପ ଯାଞ୍ଚ କରିବା ଉଚିତ, ଯାହା ଦ୍ୱାରା ଆପଣ ଆପଣଙ୍କ ଶ୍ରେଣୀରେ ସର୍ବୋତ୍ତମ କାର୍ଯ୍ୟ କରୁଥିବା ମଡେଲକୁ ଚିହ୍ନଟ କରି ଏହାକୁ କାର୍ଯ୍ୟକାରୀ କରିପାରିବେ।
  3. ଆପଣ ସର୍ବଦା ଏହି ପାଠକୁ ଫେରି ପାରିବେ ଏବଂ ଆପଣଙ୍କ ଶ୍ରେଣୀରେ ଲାଗୁ କରିବା ପାଇଁ ଅନ୍ୟ କିଛି ମଡେଲ ମଧ୍ୟ ଚେଷ୍ଟା କରିପାରିବେ।