If you're seeing this message, it means we're having trouble loading external resources on our website.

ଯଦି ଆପଣ ଏକ ୱେବ୍ ଫିଲ୍ଟରରେ ଅଛନ୍ତି, ଦୟାକରି ନିଶ୍ଚିତ କରନ୍ତୁ ଯେ *.kastatic.org ଏବଂ *.kasandbox.org ଡୋମେନ୍ ବ୍ଲକ୍ ହୋଇନାହିଁ।

ମୁଖ୍ୟ କଣ୍ଟେଣ୍ଟ

ପୁନରାବୃତ୍ତି

ପୁନରାବୃତ୍ତି

ଖାନ ଏକାଡେମୀର ପ୍ରଭାବଶାଳୀ ଉପଯୋଗ ପାଇଁ ରଣନୀତି

ଶ୍ରେଣୀରେ ଖାନ୍ ଏକାଡେମୀ ଆସାଇନମେଣ୍ଟ ବ୍ୟବହାର କରିବାର ବିଭିନ୍ନ ଉପାୟ

ମଡେଲ 1: ପଢ଼ାଇବା, ଆସାଇନ୍ କରିବା ଏବଂ ଅଭ୍ୟାସ କରାଇବା

  • ଆପଣ ଆପଣଙ୍କ ଯୋଜନା କିମ୍ବା ପାଠ୍ୟକ୍ରମ ଅନୁଯାୟୀ ବିଷୟ ପଢ଼ାଇପାରିବେ ଏବଂ ଶିକ୍ଷାର୍ଥୀମାନଙ୍କୁ ଧାରଣାର ପରିଚୟ ପ୍ରଦାନ କରିପାରିବେ। ଆପଣଙ୍କ ବିଦ୍ୟାଳୟରେ ଭିତ୍ତିଭୂମିର ଉପଲବ୍ଧତା ଅନୁଯାୟୀ, ଆପଣ ଏହି ବିଷୟ ପଢ଼ାଇବା ପାଇଁ ଖାନ୍ ଏକାଡେମୀରେ ଉପଲବ୍ଧ ଭିଡିଓ ବ୍ୟବହାର କରିପାରିବେ କିମ୍ବା ଆପଣ ଆପଣଙ୍କ ଦୈନନ୍ଦିନ ଶିକ୍ଷାଦାନ ପଦ୍ଧତି ଜାରି ରଖିପାରିବେ।
  • ଶିକ୍ଷାର୍ଥୀମାନଙ୍କୁ ଏହି ଧାରଣା ବିଷୟରେ ପରିଚିତ କରାଇବା ପରେ, ଆପଣ ପଢ଼ାଇଥିବା ବିଷୟ ସହିତ ଜଡ଼ିତ ଖାନ୍ ଏକାଡେମୀ ଅନୁଶୀଳନୀ ଆସାଇନ୍ କରିପାରିବେ।
  • ଏହାପରେ ଶିକ୍ଷାର୍ଥୀମାନେ ଶ୍ରେଣୀରେ ସମୟ ନେଇ ଖାନ୍ ଏକାଡେମୀ ଅନୁଶୀଳନୀକୁ ଅଭ୍ୟାସ କରିବେ।

ମଡେଲ 2: ହୋମୱାର୍କ ଆସାଇନମେଣ୍ଟ ପାଇଁ ଖାନ୍ ଏକାଡେମୀର ବ୍ୟବହାର

  • ଆପଣଙ୍କ ନିୟମିତ ଶୈଳୀ ପରି ଆପଣ ଶ୍ରେଣୀଗୃହରେ ଏକ ବିଷୟ ପଢ଼ାଇବେ, ଏବଂ ପାଠ୍ୟପୁସ୍ତକରେ ଥିବା ଅନୁଶୀଳନୀକୁ ଅଭ୍ୟାସ ଅଭ୍ୟାସ କରାଇବେ।
  • ଏହା ପରେ ଶିକ୍ଷାର୍ଥୀମାନଙ୍କୁ ହୋମୱାର୍କ ଆସାଇନମେଣ୍ଟ ଭାବରେ ଖାନ୍ ଏକାଡେମୀ କଣ୍ଟେଣ୍ଟ ଆସାଇନ କରିବେ। ଶିକ୍ଷାର୍ଥୀମାନେ ଶ୍ରେଣୀକୁ ଆସିବା ପୂର୍ବରୁ ଘରେ ଆସାଇନମେଣ୍ଟ ସମାପ୍ତ କରିବେ ଏବଂ ଅନୁଶୀଳନୀରେ ଦକ୍ଷ ହୋଇପାରିବେ।
  • ଏହାପରେ ଆପଣ ଶିକ୍ଷାର୍ଥୀଙ୍କ ସ୍କୋର୍‌କୁ ସମୀକ୍ଷା କରିବେ ଏବଂ ସେମାନଙ୍କୁ ଅଧିକ ସହାୟତା ଆବଶ୍ୟକ ଥିବା ଦକ୍ଷତା/ବିଷୟ ଚୟନ କରିପାରିବେ। ଏହାପରେ ଆପଣ ଆପଣଙ୍କ ପରବର୍ତ୍ତୀ ଶ୍ରେଣୀରେ ଆଉଥରେ ପଢ଼ାଇପାରିବେ କିମ୍ବା ସନ୍ଦେହ ଦୂର କରିପାରିବେ।

ମଡେଲ 3: ପରୀକ୍ଷା ସମୟରେ ପ୍ରତିକାର/ପୁନରାବୃତ୍ତି ପାଇଁ ଖାନ୍ ଏକାଡେମୀର ବ୍ୟବହାର

  • ଆପଣ ଶିକ୍ଷାର୍ଥୀଙ୍କ ଆବଶ୍ୟକତା ଅନୁଯାୟୀ କଣ୍ଟେଣ୍ଟ ଆସାଇନ୍ କରିପାରିବେ।
  • ଏହାପରେ ଆପଣ ସପ୍ତାହରେ ଗୋଟିଏ ଦିନ ବାଛିପାରିବେ, ଯେଉଁଦିନ ଶିକ୍ଷାର୍ଥୀମାନେ ସେମାନଙ୍କ ବୁଝାମଣାରେ ଥିବା ଶୂନ୍ୟତାକୁ ପୂରଣ କରିବା ପାଇଁ ସେମାନଙ୍କୁ ଆସାଇନ୍ କରାଯାଇଥିବା ବିଷୟ ଉପରେ କାମ କରିପାରିବେ।
  • ସେହିଭଳି ପୁନରାବୃତ୍ତି ପାଇଁ ଆପଣ ନୂଆ ଏବଂ ପୁରୁଣା ଦକ୍ଷତା କିମ୍ବା ଅନୁଶୀଳନୀର ମିଶ୍ରଣ ଆସାଇନ୍ କରିପାରିବେ ଯାହା ଦ୍ୱାରା ଶିକ୍ଷାର୍ଥୀମାନେ ପୁରୁଣା ବିଷୟଗୁଡ଼ିକର ନିରନ୍ତର ସମୀକ୍ଷା କରିବା ସହିତ ନୂତନ ବିଷୟ ମଧ୍ୟ ଶିଖିପାରିବେ।
  • ଏହା ମଧ୍ୟରେ ଜଣେ ଶିକ୍ଷକ ଭାବରେ ଆପଣ ପ୍ଲାଟଫର୍ମରେ ନିୟମିତ ପ୍ରଗତି ରିପୋର୍ଟ ପାଇବେ।

ଖାନ୍ ଏକାଡେମୀ ବ୍ୟବହାର କରି ଶିକ୍ଷାର୍ଥୀମାନଙ୍କୁ ପ୍ରେରିତ କରିବା

ପାଳନ କରିବାକୁ ଲର୍ଣ୍ଣଷ୍ଟର୍ମ ଟ୍ରାକର୍ ବ୍ୟବହାର କରିବା

ଲର୍ଣ୍ଣଷ୍ଟର୍ମ ଟ୍ରାକର୍ ସହିତ ଶ୍ରେଣୀର ପ୍ରଗତି ପାଳନ କରନ୍ତୁ। ଏହି ଟ୍ରାକର୍ ବର୍ଷ ସାରା ଉପଲବ୍ଧ ଏବଂ ଏହା ଶିକ୍ଷାର୍ଥୀଙ୍କ କାର୍ଯ୍ୟକଳାପର ବ୍ୟାପକ ପରିସରକୁ କଏଦ କରିଥାଏ।
ଏହା ସମସ୍ତ ମାଷ୍ଟରି-ସକ୍ଷମ କୋର୍ସର ପ୍ରଗତି ଉପରେ ନଜର ରଖିଥାଏ, ଯେଉଁଠାରେ ଶିକ୍ଷାର୍ଥୀମାନେ ଆସାଇନମେଣ୍ଟ କିମ୍ବା କୋର୍ସ ମାଷ୍ଟରି ଲକ୍ଷ୍ୟରେ ଦକ୍ଷତା ଦକ୍ଷତା ହାସଲ କରନ୍ତି।

3 ବିଫୋର୍ ମି ରଣନୀତି ବ୍ୟବହାର କରିବା

ଶିକ୍ଷାର୍ଥୀଙ୍କ ପ୍ରୟାସ ଏବଂ ସଫଳତାକୁ ପାଳନ କରିବା

  • ଆପଣଙ୍କ ଶିକ୍ଷାର୍ଥୀମାନେ ପ୍ରଗତି କରି ଲକ୍ଷ୍ୟରେ ପହଞ୍ଚିଲେ ସେମାନଙ୍କ ସହିତ ଏହି ସଫଳତାକୁ ପାଳନ କରିବାକୁ ସମୟ ଦିଅନ୍ତୁ।
  • ଛୋଟ ପୁରସ୍କାର ଦିଅନ୍ତୁ, ଏବଂ ଆପଣ ବାରମ୍ବାର ଦେବାକୁ ଇଚ୍ଛୁକ ଥିବା ଜିନିଷ ଉପରେ ଧ୍ୟାନ ଦିଅନ୍ତୁ (ଷ୍ଟେସନାରି, ଷ୍ଟାର୍, ପୁସ୍ତକ ଇତ୍ୟାଦି)
  • କେଉଁ ନିର୍ଦ୍ଦିଷ୍ଟ ଆଚରଣକୁ ପୁରସ୍କୃତ କରାଯାଉଛି ତାହାକୁ ଶିକ୍ଷାର୍ଥୀମାନଙ୍କୁ ଜଣାନ୍ତୁ।
  • ପୁରସ୍କାରକୁ ଅଧିକ ପ୍ରୟାସମୁଖୀ କରନ୍ତୁ ଏବଂ ଫଳାଫଳ ଉପରେ କମ୍ ଧ୍ୟାନ ଦିଅନ୍ତୁ।

ଶ୍ରେଣୀରେ ସହଯୋଗକୁ ପ୍ରୋତ୍ସାହିତ କରିବା

  • ସାଧାରଣ ଲକ୍ଷ୍ୟ ହାସଲ ଦିଗରେ ଶିକ୍ଷାର୍ଥୀମାନେ ଏକାଠି କାମ କରିବାର ଉପାୟ ଖୋଜନ୍ତୁ ଏବଂ ପ୍ରଗତି କରିବା ପାଇଁ ପରସ୍ପରକୁ ସହାୟତା କରନ୍ତୁ। ବଡି ଗ୍ରୁପ୍ ଗଠନ କରନ୍ତୁ କିମ୍ୱା ଗ୍ରୁପ୍ ଲିଡର୍ ଚୟନ କରନ୍ତୁ ଯିଏ ଅନ୍ୟ ଶିକ୍ଷାର୍ଥୀଙ୍କୁ ସହାୟତା କରିପାରିବେ। ଏହା ଶିକ୍ଷାର୍ଥୀଙ୍କୁ ସେମାନଙ୍କ ନେତୃତ୍ୱ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ମଧ୍ୟ ଦେଇଥାଏ।
  • ଶିକ୍ଷାର୍ଥୀ ନେତୃତ୍ୱ ବିକାଶ ପାଇଁ ସୁଯୋଗ ପ୍ରଦାନ କରନ୍ତୁ। କୌଣସି ଆହ୍ୱାନ ଆସିଲେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା, ସମସ୍ୟା ସମାଧାନ କରିବା ପାଇଁ ଗ୍ରୁପକୁ ପରାମର୍ଶ ଦିଅନ୍ତୁ।
  • ପରସ୍ପରକୁ ସମର୍ଥନ କଲେ ଶିକ୍ଷାର୍ଥୀଙ୍କ ପ୍ରୟାସକୁ ପୁରସ୍କୃତ କରନ୍ତୁ। ପ୍ରତି ସପ୍ତାହରେ ଶ୍ରେଷ୍ଠ ଗ୍ରୁପ୍ ଲିଡର/ବଡି ପୁରସ୍କାର ଦିଅନ୍ତୁ। ସାମଗ୍ରୀ। FA ଏବଂ SA ପାଇଁ ରିଫ୍ରେସ୍/ ମାଷ୍ଟର ହେବା ଆବଶ୍ୟକ କରୁଥିବା ସମସ୍ତ ବିଷୟ। ଶ୍ରେଣୀରେ ଏହି ମଡେଲକୁ କାର୍ଯ୍ୟକାରୀ କରିବା ପାଇଁ ଆପଣଙ୍କୁ ଅତି କମରେ 1 ଦିନ ରଖିବାକୁ ପଡ଼ିବ।

ଖାନ୍ ଏକାଡେମୀରେ ଶିକ୍ଷାର୍ଥୀମାନଙ୍କୁ ନିୟୋଜିତ କରିବା

ଶିକ୍ଷକ ଓ ଶିକ୍ଷାର୍ଥୀ ସହଯୋଗ

ଉଭୟ ଲମ୍ବା ଏବଂ ସ୍ୱଳ୍ପ କାଳୀନ ଲକ୍ଷ୍ୟ ହାସଲ କରିବା ପାଇଁ ଶିକ୍ଷାର୍ଥୀମାନଙ୍କ ସହିତ କିଛି ସମୟ କାମ କରନ୍ତୁ। ହାସଲ ହୋଇପାରିବା ଭଳି ଉଚ୍ଚ ଲକ୍ଷ୍ୟ ଧାର୍ଯ୍ୟ କରିବା ପାଇଁ ଶିକ୍ଷାର୍ଥୀମାନଙ୍କୁ ଶିକ୍ଷକଙ୍କ ସହ କାମ କରି ଲକ୍ଷ୍ୟ ନିର୍ଦ୍ଧାରଣ ପ୍ରକ୍ରିୟାର ଅଂଶ ହେବାକୁ ସେମାନଙ୍କୁ ଉତ୍ସାହିତ କରନ୍ତୁ। ଶିକ୍ଷାର୍ଥୀଙ୍କ ଲକ୍ଷ୍ୟ ନିର୍ଦ୍ଧାରଣ କୌଶଳକୁ ସମର୍ଥନ କରିବାର ଏକ ଚାବିକାଠି ହେଉଛି ମାଷ୍ଟରିର ପ୍ରତ୍ୟେକ ଛୋଟ ଲକ୍ଷ୍ୟ ହାସଲ କରି କିପରି ବୃହତ ଲକ୍ଷ୍ୟରେ ପହଞ୍ଚିବା ତାହା ବର୍ଣ୍ଣନା କରିବା।

ସହପାଠୀଙ୍କଠାରୁ ଶିକ୍ଷଣକୁ ଅନ୍ତର୍ଭୁକ୍ତ କରନ୍ତୁ

  • ଏକ ପ୍ରଭାବଶାଳୀ ଶିକ୍ଷଣ ପରିବେଶ ସୃଷ୍ଟି କରିବା ପାଇଁ ଆମକୁ ସୁନିଶ୍ଚିତ କରିବାକୁ ହେବ ଯେ ଆମର ଶିକ୍ଷାର୍ଥୀମାନେ ପ୍ରତିଯୋଗିତାମୂଳକ ଭାବରେ ନୁହେଁ ବରଂ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। ସାଧାରଣ ଲକ୍ଷ୍ୟ ଦିଗରେ ଏକାଠି କାମ କରିବା ଏବଂ ପ୍ରଗତି କରିବାରେ ପରସ୍ପରକୁ ସମର୍ଥନ କରିବା ପାଇଁ ଶିକ୍ଷାର୍ଥୀମାନଙ୍କ ପାଇଁ ଉପାୟ ଖୋଜନ୍ତୁ।
  • ବଡି ଗ୍ରୁପ୍ କିମ୍ବା ଗ୍ରୁପ୍ ଲିଡର୍ ତିଆରି କରନ୍ତୁ ଯିଏ ଅନ୍ୟ ଶିକ୍ଷାର୍ଥୀମାନଙ୍କୁ ସହାୟତା କରିପାରିବେ। ଏହାବ୍ୟତୀତ ଏହା ଶିକ୍ଷାର୍ଥୀଙ୍କୁ ସେମାନଙ୍କ ନେତୃତ୍ୱ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଦେଇଥାଏ।
  • ଶିକ୍ଷାର୍ଥୀମାନଙ୍କୁ ସମାଧାନ, ଧାରଣା କିମ୍ବା ବିଷୟ ଉପରେ ଆଲୋଚନା କରିବା, ମୂଲ୍ୟାୟନ କରିବା, ବୁଝାଇବା ଏବଂ ଉପସ୍ଥାପନ କରିବାକୁ ସୁଯୋଗ ପ୍ରଦାନ କରନ୍ତୁ।

ଶିକ୍ଷଣକୁ ମଜାଦାର କରିବା ପାଇଁ ଶିକ୍ଷାଦାନ ସମୟରେ ରିଫ୍ରେସର ଏବଂ ଆଇସ୍ ବ୍ରେକର୍ କାର୍ଯ୍ୟକଳାପର ବ୍ୟବହାର

  • ଖାନ୍ ଏକାଡେମୀ ଶ୍ରେଣୀ ଆରମ୍ଭ ହେବା ପୂର୍ବରୁ ୱାର୍ମ-ଅପ୍ ଭାବରେ ରିଫ୍ରେସ୍ ପ୍ରମ୍ପଟ୍ ବ୍ୟବହାର କରନ୍ତୁ।
  • ରିଫ୍ରେସ୍ ହେଉଛି 5 ମିନିଟ୍‌ର ଶ୍ରେଣୀଗୃହ କାର୍ଯ୍ୟକଳାପର ଏକ ସଂଗ୍ରହ ଯାହା ଶ୍ରେଣୀଗୃହ ପରିବେଶକୁ ଆଲୋକିତ କରେ ଏବଂ ଶିକ୍ଷାର୍ଥୀମାନଙ୍କୁ ଠିକ୍ ସମୟରେ (ଅନଲାଇନ୍ ହେଉ କିମ୍ବା ସାମ୍ନାସାମ୍ନି ହେଉ) ଶ୍ରେଣୀକୁ ଆସିବାକୁ ପ୍ରେରଣା ଦିଏ।
  • ଶିକ୍ଷାର୍ଥୀମାନଙ୍କୁ ପ୍ରତିଦିନ ଆପଣ ସେମାନଙ୍କ ସହିତ କରୁଥିବା ରିଫ୍ରେସ୍ କାର୍ଯ୍ୟକଳାପ ଚୟନ କରିବା, ଆଲୋଚନା କରିବା କିମ୍ବା କାର୍ଯ୍ୟକଳାପରେ ନେତୃତ୍ୱ ନେବାକୁ ଉତ୍ସାହିତ କରିବା ଏବଂ ପରସ୍ପର ସହିତ ସେମାନଙ୍କର ପ୍ରତିକ୍ରିୟା ବାଣ୍ଟିବା ଦ୍ୱାରା, ରିଫ୍ରେସ୍ କାର୍ଯ୍ୟକଳାପ ଆପଣଙ୍କୁ ଶିକ୍ଷାର୍ଥୀମାନଙ୍କ ସହିତ ଆପଣଙ୍କ ସମ୍ପର୍କକୁ ମଜବୁତ କରିବାର ସୁଯୋଗ ଦେଇଥାଏ।
ଆମେ ଆଶା କରୁଛୁ ଯେ ଆପଣ ସୁପାରିଶ କରାଯାଇଥିବା କାର୍ଯ୍ୟକଳାପଗୁଡ଼ିକୁ କରିବାକୁ ପ୍ରୟାସ କରୁଛନ୍ତି। ଏଠାରେ ଆପଣଙ୍କ ମତାମତ ଜଣାନ୍ତୁ।