ଯଦି ଆପଣ ଏହି ମେସେଜ୍ ଦେଖୁଛନ୍ତି, ଏହାର ଅର୍ଥ ହେଉଛି ଆମକୁ ଆମ ୱେବସାଇଟରେ ଏକ୍ସଟର୍ନାଲ୍ ସମ୍ବଳ ଲୋଡ୍ କରିବାରେ ଅସୁବିଧା ହେଉଛି।

If you're behind a web filter, please make sure that the domains *.kastatic.org and *.kasandbox.org are unblocked.

ମୁଖ୍ୟ କଣ୍ଟେଣ୍ଟ

ପୁନରାବୃତ୍ତି

ପୁନରାବୃତ୍ତି

ଖାନ୍ ଏକାଡେମୀ କାହିଁକି ବ୍ୟବହାର କରିବେ?

ଗଣିତ ପଢ଼ାଇବା ସମୟରେ ଶିକ୍ଷକ ସାମ୍ନା କରୁଥିବା ଆହ୍ୱାନଗୁଡ଼ିକ।

ଆହ୍ୱାନ 1 - ଶିକ୍ଷାର୍ଥୀମାନଙ୍କୁ ପଢ଼ାଇବା ପାଇଁ ବ୍ୟାପକ ଏବଂ ବିଶ୍ୱସନୀୟ ସମ୍ବଳର ଅଭାବ।

  • ଆସନ୍ତୁ, ପ୍ରଥମ ଆହ୍ୱାନର ସମାଧାନ ସହିତ ଆରମ୍ଭ କରିବା। ଆମେ ଖାନ୍ ଏକାଡେମୀରେ ପାଠ୍ୟକ୍ରମ ମାନକର ଅନୁରୂପ କଣ୍ଟେଣ୍ଟ ପ୍ରଦାନ କରୁ।
  • ଗୋଟିଏ ସମୟରେ ଗୋଟିଏ ଦକ୍ଷତା ଉପରେ ଧ୍ୟାନ ଦେଇ ଆମେ ପ୍ରତ୍ୟେକ ଦକ୍ଷତାକୁ ପରୀକ୍ଷା କରିବା ପାଇଁ ବିଭିନ୍ନ ପ୍ରକାରର ଅନୁଶୀଳନୀ ଆପଣଙ୍କ ପାଇଁ ଆଣିଥାଉ। ଏବଂ ଏହି ଅନୁଶୀଳନୀଗୁଡ଼ିକୁ ଏକାଧିକ ଥର ପ୍ରୟାସ କରାଯାଇପାରିବ।
  • ଆମ ପ୍ଲାଟଫର୍ମ ତତ୍କାଳ ଫିଡ୍‌ବ୍ୟାକ୍ ଦେଇ ପ୍ରୋତ୍ସାହିତ କରିଥାଏ ଏବଂ ସନ୍ଦର୍ଭ ପାଇଁ ହିଣ୍ଟ୍ ଏବଂ ଭିଡିଓ ମାଧ୍ୟମରେ ସହାୟତା ପ୍ରଦାନ କରିଥାଏ।

ଆହ୍ୱାନ 2 - ଶିକ୍ଷାର୍ଥୀଙ୍କ ପ୍ରଗତି ଟ୍ରାକ୍ କରିବାରେ ଅସୁବିଧା

  • ଶିକ୍ଷାର୍ଥୀଙ୍କ ପ୍ରଗତି ସମ୍ପର୍କରେ ସ୍ପଷ୍ଟ ବିସ୍ତୃତ ରିପୋର୍ଟ ପ୍ରଦାନ କରି ଖାନ୍ ଏକାଡେମୀ ଏହି ଆହ୍ୱାନର ସମାଧାନ କରିବାରେ ସାହାଯ୍ୟ କରେ। ଏହା ଶିକ୍ଷକମାନଙ୍କୁ ଶିକ୍ଷାର୍ଥୀଙ୍କ ପ୍ରଦର୍ଶନକୁ ଚିହ୍ନିବା ଏବଂ ପ୍ରଶଂସା କରିବାରେ ସାହାଯ୍ୟ କରେ। ରିପୋର୍ଟ ଅନୁଯାୟୀ, ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ କେଉଁ ସ୍ତର ଦିଆଯିବ ତାହା ଶିକ୍ଷକମାନେ ସ୍ଥିର କରିପାରିବେ।

ଆହ୍ୱାନ 3 - ବିଭିନ୍ନ ଶିକ୍ଷଣ ସ୍ତରର ଶିକ୍ଷାର୍ଥୀଙ୍କ ଆବଶ୍ୟକତାକୁ ପୂରଣ କରିବା

  • ଶିକ୍ଷାର୍ଥୀଙ୍କ ଶିକ୍ଷଣ ସ୍ତର ଚିହ୍ନଟ କରିବା ସତ୍ତ୍ୱେ, ପ୍ରତ୍ୟେକଙ୍କ ଆବଶ୍ୟକତାକୁ ପୂରଣ କରିବାରେ ଶିକ୍ଷକଙ୍କୁ ଅସୁବିଧା ହୋଇପାରେ।
  • ଶିକ୍ଷାର୍ଥୀଙ୍କ ଶିକ୍ଷାକୁ ବ୍ୟକ୍ତିଗତ କରିବା ପାଇଁ ଖାନ୍ ଏକାଡେମୀ ଅତ୍ୟନ୍ତ ଉପଯୋଗୀ ଅଟେ।
  • ଶିକ୍ଷକମାନେ ଶିକ୍ଷାର୍ଥୀଙ୍କ ଶିକ୍ଷଣ ସ୍ତର ଅନୁଯାୟୀ କଣ୍ଟେଣ୍ଟ ଦେଇପାରିବେ। ଯେମିତି କି ଯଦି ଦୁଇ ଜଣ ଶିକ୍ଷାର୍ଥୀଙ୍କର ଦୁଇଟି ଭିନ୍ନ ଧାରଣାରେ ଅସୁବିଧା ଥାଏ, ତେବେ ଶିକ୍ଷକ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ଭିନ୍ନ ଅନୁଶୀଳନୀ ଦେଇପାରିବେ।

ଖାନ୍ ଏକାଡେମୀରେ ଉପଲବ୍ଧ କୋର୍ସ /କଣ୍ଟେଣ୍ଟ

ଖାନ୍ ଏକାଡେମୀ ହେଉଛି ଏକ ମାଷ୍ଟରି-ଭିତ୍ତିକ ପ୍ଲାଟଫର୍ମ ଯେଉଁଥିରେ ଆପଣଙ୍କ ରାଜ୍ୟ କିମ୍ବା NCERT ପାଠ୍ୟକ୍ରମ ଅନୁରୂପରେ କଣ୍ଟେଣ୍ଟକୁ ମ୍ୟାପ୍ କରାଯାଇଛି।
  • ଆମେ KGରୁ 12ଶ ଶ୍ରେଣୀ ପର୍ଯ୍ୟନ୍ତ ଗଣିତ ଓ ବିଜ୍ଞାନ ଉପରେ ଧ୍ୟାନଦେଉଛୁ ଏବଂ ଆମର କଣ୍ଟେଣ୍ଟ ଇଂରାଜୀ ସମେତ ଏକାଧିକ ଭାରତୀୟ ଭାଷା, ଯେପରି ପଞ୍ଜାବୀ, ମରାଠୀ ଏବଂ ହିନ୍ଦୀ ଇତ୍ୟାଦିରେ ଉପଲବ୍ଧ।
  • ଶ୍ରେଣୀକୁ ଆପଣଙ୍କ ପୁସ୍ତକର ଅଧ୍ୟାୟ ପରି ବିଭିନ୍ନ ୟୁନିଟରେ ଭାଗ କରାଯାଇଛି। ପ୍ରତ୍ୟେକ ୟୁନିଟ୍ ପାଇଁ ଆପଣ ବିଭିନ୍ନ ବିଷୟ କିମ୍ବା ପାଠ ଦେଖିପାରିବେ। ପ୍ରତ୍ୟେକ ପାଠରେ ଭିଡିଓ, ଅନୁଶୀଳନୀ ଏବଂ କ୍ୱିଜ୍ ରହିଛି। ପ୍ରତ୍ୟେକ ୟୁନିଟ୍ ଶେଷରେ ଏକ ୟୁନିଟ୍ ଟେଷ୍ଟ ରହିଛି।
  • ମାଷ୍ଟରି ପଏଣ୍ଟରୁ କୋର୍ସ ଆରମ୍ଭ ହୋଇ କୋର୍ସ ଚ୍ୟାଲେଞ୍ଜ ସହିତ ଶେଷ ହୋଇଥାଏ।
ଆମେ ଆଶା କରୁଛୁ ଯେ ଆପଣ ସୁପାରିଶ କରାଯାଇଥିବା କାର୍ଯ୍ୟକଳାପଗୁଡ଼ିକୁ କରିବାକୁ ପ୍ରୟାସ କରୁଛନ୍ତି। ଏଠାରେ ଆପଣଙ୍କ ମତାମତ ଜଣାନ୍ତୁ।

Want to join the conversation?

ଏପର୍ଯ୍ୟନ୍ତ କୌଣସି ପୋଷ୍ଟ ନାହିଁ
ଆପଣ ଇଂରାଜୀ ବୁଝନ୍ତି କି? ଖାନ୍ ଏକାଡେମୀର ଇଂରାଜୀ ସାଇଟ୍‌ରେ ହେଉଥିବା ଆଲୋଚନା ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।